ହ୍ୱାଇଟ ହାଉସ ଛାଡି ଟ୍ରମ୍ପ ଯିବେ କୁଆଡେ?


ଆମେରିକା: ଡିସେମ୍ବର ଶେଷ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରୟ ଭବନ ଛାଡିବେ । ନିର୍ବାଚନ ପରିଚାଳନା କରୁଥିବା ଆମେରିକା ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡେନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବଧିବଦ୍ଧ ମନୋନୀତ କରିଛନ୍ତି । ରାଷ୍ଟ୍ରପତି ଡେ଼ାନାଲ୍ଡ଼ ଟ୍ରମ୍ପ ନିଜର ପରାଜୟକୁ ଅସ୍ୱୀକାର କରିବାରୁ ଇଲେକ୍ଟୋରାଲ କଲେଜ ଚଳିତ ବର୍ଷ ରାଜ୍ୟ-ରାଜ୍ୟ ଭୋଟକୁ ଗୁରତ୍ୱ ଦେଇ ଏହି ଘୋଷଣା କରିଥିଲେ । ହ୍ୱାଇଟ ହାଉସ ଛାଡିବା ପରେ ଟ୍ରମ୍ପ କେଉଁଠି ରହିବେ ସେ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଜୋ ବାଇଡେନଙ୍କ ଆଗମନ ମଧ୍ୟରେ ହ୍ୱାଇଟ ହାଉସରେ ଅନେକ ପରିବର୍ତନ ଘଟିବାକୁ ଯାଉଛି । ଏଥି ସହିତ ପ୍ରଶ୍ନ ମଧ୍ୟ ଉଠିଛି ଯେ, ରାଷ୍ଟ୍ରିୟ ଭବନ ଛାଡିବା ପରେ ଡୋନାଲ୍ଡ ଟ୍ରମ୍ପ କେଉଁଠାରେ ରହିବେ? ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରମ୍ପ ଟାୱାରର ଉଲ୍ଲେଖ ବାରମ୍ବାର ଦେଖାଯାଏ । ୫୬ ମହଲା ବିଶିଷ୍ଟ ଟୱାର ନୁ୍ୟୟର୍କ ସିଟିରେ ଅବସ୍ଥିତ । ଏହି ଟାୱାରରେ ନିର୍ମିତ ପେଂଟହାଉସରେ ଟ୍ରମ୍ପଙ୍କ ନିଜ ବାସଭବଦ ରହିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘର ଏକ ପ୍ରାସାଦଠାରୁ କମ୍ ନୁହେଁ । ତାଙ୍କ ଘର ଲୁଇ ଚଉଦଶ ଶୈଳୀରେ ୨୪ କ୍ୟାରେଟ୍ ସୁନା ଏବଂ ମାର୍ବଲରେ ସଜାଯାଇଛି । ଏହି ଟାୱାରରେ ଟ୍ରମ୍ପ ବ୍ୟବସାୟ ପାଇଁ ଅନେକ କାର୍ଯ୍ୟାଳୟ ଅଛି । ୨୦୧୭ରେ, ଫୋର୍ବସ୍ ଆକଳନ କରିଛି ଯେ ପେଂଟହାଉସର ମୂଲ୍ୟ ପ୍ରାୟ ୬୪ ମିଲିୟନ୍ ହେବ । ନୁ୍ୟ ଜର୍ସିରେ ଗଲ୍ଫ କ୍ଲବ ବେଡମିଂଷ୍ଟର ନାମକ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ଅଛି । ଏହି ବଙ୍ଗଳା ପ୍ରାୟ ୫୦୦ ବର୍ଗଫୁଟରେ ବ୍ୟାପିଛି ଏବଂ ଏଠାରେ ସେ ପ୍ରାୟତ ଏକାକୀ ସମୟ କାଟିବାକି ଆସିଥାନ୍ତି । ସେୱନ ସ୍ପ୍ରିଙ୍ଗସ୍ ନାମକ ନୁ୍ୟ ଦୁର୍ଗରେ ଟ୍ରମ୍ପଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି । ଯାହା ପ୍ରାୟ ୨୮,୩୨୨ ବର୍ଗଫୁଟ । ଅର୍ଥାତ୍ ଏହି ଘର ହ୍ୱାଇଟ ହାଉସର ଅଧା ଭାଗରେ ନିର୍ମିତ । ଏହି ହାଉସରେ ୧୩ଟି ଶୟନ କକ୍ଷ ସହିତ ୬୦ଟି କୋଠାରୀ ଅଛି । ଏହା ବ୍ୟତୀତ ତିନୋଟି ସୁଇମିଂ ପୁଲ ଏବଂ ଖେଳିବାକୁ ବଡ଼ ସ୍ଥାନ ଅଛି । ଫୋର୍ବସ୍ ଏହାକୁ ଏକ ପରିବାରିକ ରିଟ୍ରେଟ ବଙ୍ଗଳା ବୋଲି କହିଥାଏ । ନୁ୍ୟୟର୍କ ସିଟିରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ଆବାସିକ ସମ୍ପତି ମଧ୍ୟରୁ ଟ୍ରମ୍ପ ପାର୍କ ମଧ୍ୟ ରହିଛି । ଏହା ୩୬ ମହାଲା କୋଠା । ଏହି ଅନେକ ଘର ପ୍ରତି ମାସରେ ପ୍ରାୟ ୧୦୦,୦୦୦ ଡଲାର ମିଳିଥାଲ । ମୈନହଟରେ ଟ୍ରମ୍ପ ପାର୍କ ଏଭେନୁ୍ୟ ନାମକ ଏକ ସମ୍ପୂର୍ଣ୍ଣ କ୍ୟାମ୍ପସର ମାଲିକ ଅଟନ୍ତି ଟ୍ରମ୍ପ । ଯାହା ଅନେକ ଆପାର୍ଟମେଂଟକୁ ନେଇ ଗଠିତ ।

Leave A Reply

Your email address will not be published.

twenty − 9 =