ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି: ମେ ୩୧ ପର୍ଯ୍ୟନ୍ତ ତାଲାବନ୍ଦ ବଳବତର

ନୂଆଦିଲ୍ଲୀ- ମେ ୧୭ରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ସାରା ଦେଶରେ ଏହି ତାଲାବନ୍ଦ ଅବଦ୍ଧି ମେ ୩୧ ଯାଏ ବଳବତର ରହିବ । ଚତୁର୍ଥ ପର୍ଯ୍ୟାୟରେ ନିୟମକୁ କିଛିଟା କୋହଳ କରାଯାଇଛି । ବର୍ତମାନ ତିନୋଟି ଜୋନ ବଦଳରେ ୫ ଟି ଜୋନ ରହିବ । ରେଡ, ଗ୍ରୀନ,ଅରେଞ୍ଜ ସହ ବଫର ଓ କେଂଟେନମେଂଟ ଜୋନ ରାଜ୍ୟ ସରକାର ସ୍ଥିର କରିବେ । ରାଜ୍ୟ ସରକାରଙ୍କୁ ଲକଡାଉନ ୪.୦ର ଦାୟିତ୍ୱ ଦିଆଯିବ। ମେଟ୍ରୋ ଟ୍ରେନ ସହ ସମସ୍ତ ବିମାନ ସେବା ଓ ଅନ୍ତରାର୍ଷ୍ଟୀୟ ଓ ଦେଶ ଭିତରେ ବିମାନ ଉଡାଣ ବନ୍ଦ ରହିବ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରେନ ଛଡା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିବ । ପୂର୍ବପରି ସମସ୍ତ ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଙ୍ଗ ପୁଲ ବନ୍ଦ ରହିବ । ଧାର୍ମିକ, ସାମଜିକ ଓ ରାଜନୈତିକ ବୈଠକ କିବାକୁ ଅନୁମତି ଦିଆଯିବ ନାହିଁ । କଂଟେନମେଂଟ ଜୋନର କଟକଣାକୁ କୋହଳ କରାଯିବ ନାହିଁ ।ପୂର୍ବ ନିୟମ ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ରହିବ ।ରେଷ୍ଟୁରାଂଟକୁ ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ରାଜ୍ୟମାନଙ୍କ ମଧ୍ୟରେ ସହମତି ଭିତରେ ବସ ଚଳାଚଳ କରିପାରିବ ।

Leave A Reply

Your email address will not be published.

three × 4 =