ଆତଙ୍କୀ ଷଡ଼ଯନ୍ତ୍ର ବିଫଳ କଲା ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ରାଜପୋରା ଅଂଚଳରେ ଆତଙ୍କୀ ହମଲାକୁ ପଣ୍ଡ କଲା ଭାରତୀୟ ସୀମା ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏକ ସେଂଟ୍ରୋ କାର୍ରୁ ବିପୁଳ ପରିମାଣର ଆଇଡ଼ି ବୋମା ଉଦ୍ଧାର କରିଛି ପୁଲୱାମା ପୋଲିସ୍ ଓ ସିଆରପିଏଫ୍ । ସୂଚନା ମୁତାବକ ହିଜବୁଲ ମୁଜାହିଦ୍ଧିନ ଆତଙ୍କବାଦୀ ସଂଗଠନର ଜନୈକ କର୍ମୀ ବୋମା ଭର୍ତି କାର୍ ଚଳାଇ ଆସୁଥିବା ବେଳେ ସୁରକ୍ଷାବଳ ଅଟକାଇଥିଲେ । ଆତଙ୍କବାଦୀ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ଗୁଳି ମାଡ଼ କରିବା ପରେ ସୁରକ୍ଷା ବାହିନୀ ପାଲଟା ଗୁଳି ଚଳାଇଥିଲା । ଅନ୍ଧାର ସୁଯୋଗ ନେଇ ଆତଙ୍କୀ ଖସି ପଳାଇଲା । କାର୍ରେ ଦୁଇ ଚକିଆ ଯାନ ନମ୍ବର ଲେଖା ଯାଇଥିବା ବେଳେ ଗାଡ଼ି ମାଲିକକୁ ଟ୍ରାକ୍ କରିବା ପାଇଁ ପୋଲିସ୍ ଉଦ୍ୟମ କରୁଛି । ପୁଲୱାମା ଘଟଣା ପରି ଆଉ ଏକ ବଡ଼ ଆତଙ୍କୀ ହମଲା ନେଇ ଷଡ଼ଯନ୍ତ୍ର ସଂପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଜୋର୍ଦାର୍ ଖାନ୍ତଲାସୀ ଚଳାଇବା ପରେ ଏହି ସଫଳତା ମିଳିଛି ।

Leave A Reply

Your email address will not be published.

three × 1 =