ଡେରାଡୁନ : ଉତାଖଣ୍ଡର ଡେରାଡୁନ ଡୋଈବାଲା ମଣି ମାଈ ମନ୍ଦିର ନିକଟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କର ଓ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି । ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା କାଲି ବିଳମ୍ବିତ ରାତିରେ ଘଟିଛି । ରାଜପଥରେ ତେଲ ଟ୍ୟାଙ୍କର ଏକ ଅଟୋକୁ ଖୁବ ଜୋରରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଅଟୋଟି ଏକ ଗଛରେ ପିଟି ହୋଇଗଲା ଓ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଗଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଡି ମଧ୍ୟରେ ମୃତଦେହ ଓ ଆହତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କରର ଚାଳକ ଫେରାର ହୋଇଯାଇଛି ।