ଚାଖଣ୍ଡେ ଜମିରେ ପରିବା ଚାରା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ମନସାଏ

ଝରିଗାଁ : ଜୀବନଜୀବିକା କହିଲେ ଆର୍ଥିକ ଆବଶ୍ୟକତା। ଏହାକୁ ପାଇବାକୁ ହେଲେ ଅନେକ ଉପାୟ ଅଛି କିନ୍ତୁ ନିଆରା ଦୃଷ୍ଟିଭଙ୍ଗୀ ,ଦୃଢ ଇଛାଶକ୍ତି ପୁଣି କୋଠର ପରିଶ୍ରମ ଆବଶ୍ୟକ। ଘର ଡିହ ସ୍ୱଳ୍ପ ଜମିରେ ବିଭିନ୍ନ ପ୍ରକାର ପନିପରିବା ଓ ଗେଣ୍ଡୁ ଫୁଲ ଆଦି ତୋଳି ପ୍ରତୁତ କରି ସର୍ବନିମ୍ନ ମୂଲ୍ୟରେ ବିକ୍ରି କରି ପରିବାରର ଆର୍ଥିକ ଆବଶ୍ୟକତାକୁ ପୁରଣ କରି ଆସୁଛନ୍ତି ମନସାଏ ଗୌଡ଼। ସର୍ବନିମ୍ନ ଭୂମି ଥିବା ଗରିବ ପରିବାରର ମୂରବୀ ମନସାଏ ଗୌଡ଼ (୫୪) ବହୁ କୁଟୁମ୍ଭି ବ୍ୟକ୍ତି।ଝରିଗାଁ ପଞ୍ଚାୟତ ସଦର ମହକୁମା ଠାରୁ ମାତ୍ର ୨ କି ମି ଦୂର ବରାଗୁଡ଼ା ରେ ରୁହନ୍ତି ମନସାଏ । ୬ ବଖରା ମାଟି ଓ ଆଜବେଷ୍ଟ ଛପର ଘର। ମନସାଏ ଙ୍କ ପରିବାର କହିଲେ ପୁଅଝିଅ ୫ ଟି। ୩ ଝିଅ ୨ ପୁଅ।  ଦୁଇ ଝିଅ ଓ ପୁଅ କୁ ବାହା କରି ସାରିଲେଣି। ସ୍ଵାମୀ ସ୍ତ୍ରୀ ସହ ପୁଅ ବହୁ ୨ ନାତି ନାତୁଣୀ ସମେତ  ପୁଅ ଓ ଝିଅ କୁ ନେଇ ୮ ପ୍ରାଣୀ।ଗରିବ ହେଲେବି ପୁଅ ଝିଅଙ୍କ ଭବିଷ୍ୟତ ଏବଂ ପାଠ ପଢା କୁ ନେଇ ବହୁ ଗୁରୁତ୍ଵ ଦେଇଛନ୍ତି ମନସାଏ। ଚାଷ ପ୍ରତି ଆଗ୍ରହ ପିଲାଟି ବେଳୁ ରହି ଆସିଛି। ଦୀର୍ଘ ବର୍ଷ ସୋସିଆଲ ଫରେଷ୍ଟ ସଂସ୍ଥା ଓ ବନବିଭାଗର ନର୍ସରୀ ରେ କାର୍ଯ୍ୟ କରି ଆସୁଥିଲେ। ସେହି କାର୍ଯ୍ୟର ଅନୁଭୂତିକୁ ନେଇ ଘରଡିହ ଜମି ଚାଖଣ୍ଡେ ରେ କିଛି ନୂଆଁ କରିବାକୁ ଇଛା ପ୍ରକାଶ ହେଲା। ଯେଉଁଥିରେ କି ପରିବା ତୋଳି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଗେଣ୍ଡୁଫୁଲ ଚାଷ ସାଙ୍ଗକୁ ପତ୍ରକୋବି,ଫୁଲକୋବି, ମରିଚ,ବାଇଗଣ, ଟୋମାଟ,ଲାଉ, କାକୁଡ଼ି, ବୋଇତାଳୁ,ଭେଣ୍ଡି, ଜନ୍ନି,ତରଭୁଜ ଆଦି ଚାରା ପ୍ରସ୍ତୁତ କରି ଚାଷୀଙ୍କୁ ବିକ୍ରି କରୁଛନ୍ତି। ପ୍ରାୟ ୩୦ ସେଣ୍ଟ ସ୍ୱଳ୍ପ ଘରଡିହ ଭୂମିରେ ବିଭିନ୍ନ ପନିପରିବା ଚାଷ ଏବଂ ତୋଳି ପ୍ରସ୍ତୁତ କରିଛନ୍ତି। ଟମାଟ, ମରିଚ,ବାଇଗଣ କାକୁଡ଼ି ,ଲାଉ , ବୋଇତାଳୁ,ଆଦି ଚାରା ଅଧିକାଂଶ ପ୍ରସ୍ତୁତ କରିଥାନ୍ତି। ଏସବୁ ପ୍ରତ୍ୟେକ ପରିବା ରୁ  ପ୍ରାୟ ଏକ ହଜାରରୁ ପନ୍ଦର ଶହ ଚାରା ତିଆରି କରିଥାନ୍ତି। ନିଜ ଘର ଡିହ ଜମିରେ। ବାର୍ଷିକ ସତୁରୀ ହଜାର ରୁ ଅଶିଏ ହଜାର ଟଙ୍କା ଆମଦାନୀ ହୋଇଥାଏ ବୋଲି ମାନ୍ ସାଏ କହିଛନ୍ତି। ବେଳେବେଳେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ମଧ୍ୟ ଚାରା ବିକ୍ରୟ କରିଥାନ୍ତି।ପରିବାରର ଆବଶ୍ୟକ ହେଉଥିବା ପନିପରିବା ଜମିରୁ ଉତ୍ପାଦନ କରୁ କରୁ ତୋଳି ଉତ୍ପାଦନ କରି ଅର୍ଥ ରୋଜଗାର କରୁଛନ୍ତି। ଅନ୍ୟପଟେ ବଡ଼ ପୁଅ ଉଚ୍ଚଶିକ୍ଷିତ ଓ ତା ସହ ଚାକିରି  କରୁଥିବା ବେଳେ  ମନସାଏ ଙ୍କ ଆଉଜଣେ ପୁଅ ଗ୍ରାଜୁଏଟ ହୋଇଥିବା ବେଳେ ଆଉ ସାନ ଝିଅ +୨ ରେ ପଢୁଛନ୍ତି। ଚାରା ପ୍ରସ୍ତୁତ ଲାଗି ଉତ୍ତମ ବିହନ ବୀଜ ,ଜୈବିକ ସାର,କିଣିବା ସହ ପୋଷକ ତତ୍ତ୍ଵ ପୂର୍ଣ୍ଣ ମାଟି , ଚାରା ପ୍ରସ୍ତୁତ ପ୍ଲାଷ୍ଟିକ ଜରି ବ୍ୟାଗ୍ କ୍ରୟ କରି ଏକ ମୂଲ୍ୟବାନ ଘୋରେଇ ନର୍ସରୀ ପ୍ରସ୍ତୁତ କରିଛନ୍ତି ଘର ଅଗଣାରେ। ଦୁଇ ବର୍ଷ ହେବ ନିଜସ୍ଵ ଅର୍ଥରେ ପ୍ରାୟ  ୮୦  ହଜାର ଟଙ୍କା ବ୍ୟୟରେ ଗୋଟିଏ ବୋର ୱେଲ ଖୋଳିଛନ୍ତି। କର୍ମଠ ମଣିଷ ମନସାଏ ନିଜ ପରିବାରର ଆର୍ଥିକ ଆବଶ୍ୟକ ର ଅର୍ଦ୍ଧେକ ପରିମାଣ ଏହି ଚାଷ କ୍ଷେତ୍ରରୁ ଉପଲବ୍ଧ ହେଉଥିବା ପ୍ରକାଶ କରିଛନ୍ତି। ସ୍ୱଳ୍ପ ଭୂମିରେ କିପରି ଚାଷ କରି ନିଜର ଆର୍ଥିକ ଆବଶ୍ୟକ କେମିତି ପୁରଣ କରାଯାଇ ପାରେ ଅନ୍ୟ ଚାଷୀ ମାନଙ୍କ ପାଇଁ ମନସାଏ ଆଦର୍ଶ ଓ ପ୍ରେରଣା ହୋଇଛନ୍ତି। ଏହି ସ୍ୱଳ୍ପ ପରିମାଣ ଜମିରେ ବାର୍ଷିକ ଜଣେ ଚାଷୀ ତା ପରିବାର ର ଆର୍ଥିକ ଆବଶ୍ୟକ ସହଜରେ ପୁରଣ କରି ପାରିବ ବୋଲି କହିଛନ୍ତି। ଖାଦ୍ୟ ଶସ୍ୟ ପରିବା ର ଚାହିଦା ସର୍ବଦା ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ଏହାର ବଜାର ଚାହିଦା  ସର୍ବଦା ଖୋଲା ରହିଛି। ନୂତନ ଜ୍ଞାନକୌଶଳ,ଆଧୁନିକ ଚାଷ ପ୍ରଣାଳୀ,ଉନ୍ନତ କିସମ ବିହନ,ଏବଂ ଜଳସେଚନ ସୁବିଧା ହେଲେ ଅନେକ ଯୁବକ କୃଷି ମୁହାଁ ହେବା ସଙ୍ଗେ ସଙ୍ଗେ ବେରୋଜୋଗାର ସମସ୍ୟା ଦୂର ହୋଇ ପାରନ୍ତା। ଆର୍ଥିକ ପ୍ରଗତି ପାଇଁ କୃଷି ଏକ ମୁଖ୍ୟ ମେରୁଦଣ୍ଡ ବୋଲି ନିଜ କାର୍ଯ୍ୟ ଓ ଅନୁଭୂତି କୁ ନେଇ କହିଛନ୍ତି ମନସାଏ ଗୌଡ଼।

Leave A Reply

Your email address will not be published.

3 + 16 =